କାନପୁର ଠାରେ ଲକ୍ଷ୍ମୀପୁରାଣ ନାଟକ ମଞ୍ଚସ୍ଥ

ଆଧୁନିକତାର ପ୍ରଭାବରେ ପୌରାଣିକ ନାଟକ ସତ୍ତା ହରାଇ ବସିଥିବା ବେଳେ ଏବେ ବି ଅଞ୍ଚଳର କେତେକ ଗ୍ରାମରେ ପୌରାଣିକ ନାଟକ ବଞ୍ଚି ରହିଛି।

ମାର୍ଗଶିର ଶେଷ ଗୁରୁବାର ଅବସରରେ ସୁବର୍ଣ୍ଣପୁର ଜିଲ୍ଲାବବୀରମହାରାଜପୁର ଉପଖଣ୍ଡର କାନପୁର ଗ୍ରାମରେ ପୌରାଣିକ ‘ଲଷ୍ମୀ ପୁରାଣ’ ନାଟକ ମଞ୍ଚସ୍ଥ ହୋଇଥିଲା। ଏଥିରେ ଆଲୋକ ପଧାନ-ବଳରାମ, ପୁରୁଷୋତ୍ତମ ଦାସ-ଜଗନ୍ନାଥ, ଯୁଗେଶ୍ୱର ଖମାରୀ-ଲଷ୍ମୀ, ରଞ୍ଜନ ଦାସ-ଦୂତ, ଶ୍ୱେତ ପଧାନ-ବେତାଳ, କରୁଣାକର ବେହେରା-ବଡ଼ପଣ୍ଡା, ସଞ୍ଜିବ ଦେହୁରୀ ଓ ଅରୁଣ ଦାସ-ଦାସୀ ଆଦି ଭୂମିକାରେ ଅଭିନୟ କରିଥିଲେ। କଷ୍ଟେଶ୍ୱର ଦାସ, ବିଷ୍ଣୁଚରଣ ଦାସ ପ୍ରମୁଖ ବାଦ୍ୟଯନ୍ତ୍ର ପରିଚାଳନା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes