କାଠ ମାଫିଆଙ୍କ ଆକ୍ରମଣରେ ବନ କର୍ମଚାରୀ ଗୁରୁତର

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ କାଠ ସାହାରପଡା ସେସ୍କନ ଦୁବେଇ ପେଣ୍ଠ ନିକଟରେ ବୁଧବାର ସକାଳୁ ବନ ବିଭାଗ ଚୋରା କାଠ ଭର୍ତ୍ତି ପିକଅପ ଭ୍ୟାନ୍ ଜବତ କରିବା ସମୟରେ କାଠ ମାଫିଆଙ୍କ ଆକ୍ରମଣରେ ବନ କର୍ମଚାରୀ ଗୁରୁତର ହୋଇଛନ୍ତି।

ଘଟଣା ସ୍ଥଳରେ ବନ କର୍ମଚାରୀ ଓ କାଠ ମାଫିଆ ମୁହାଁମୁହିଁ ହୋଇଛନ୍ତି। ମାଫିଆଙ୍କ ଆକ୍ରମଣ ଏବଂ ଟେକା ପଥର ମାଡ଼ରେ ଫରେଷ୍ଟର ଚିତ୍ତରଞ୍ଜନ ପରିଡା ଏବଂ ୨ ପାରା ଷ୍ଟାଫ ଆହତ ହୋଇଥିବା ରେଞ୍ଜର ଘାସିନାଥ ପାତ୍ର ସୂଚନା ଦେଇଛନ୍ତି। ଘଟଣା ସ୍ଥଳରୁ ମାଫିଆ ଫେରାରହୋଇ ଯାଇଛନ୍ତି। କାଠଭର୍ତ୍ତି ପିକଅପକୁ ବନ ବିଭାଗ ଜବତ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes