କନେଷ୍ଟବଳଙ୍କ ମୃତ ଦେହ ଉଦ୍ଧାର (ଅପଡେଟ)

କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ନିକଟ ଏକ ପୋଖରୀରୁ ଜଣେ କନେଷ୍ଟବଳଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ତାଙ୍କ ନାମ ପ୍ରଦୀପ ବେହେରା। ସେ ଜିଲ୍ଲା ମୁଖ୍ୟାଳୟରୁ ନନ୍ଦିପଦା ବଦଳି ହୋଇ ଗତକାଲି ଯୋଗ ଦେଇଥିଲେ।

ତାଙ୍କ ଘର୍ କେନ୍ଦ୍ରାପଡ଼ା ଜିଲ୍ଲାରେ , ତେବେ ସେ ହରିଚନ୍ଦନପୁର ବ୍ଲକ ଗଣ୍ଡଡିହା ଗ୍ରାମରେ ରହୁଥିଲେ। ତେବେ ମୃତ୍ୟୁର କାରଣ ସଠିକ୍ ଜଣା ପଡିନାହିଁ। ଦମକଳ ବାହିନୀ ମୃତ ଦେହ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିବା ବେଳେ ପରିବାର ଲୋକ କେନ୍ଦ୍ରାପଡ଼ାରୁ ଆସିବା ପରେ ଶବ ବ୍ୟବଚ୍ଛେଦ ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes