କନଷ୍ଟେବଲ୍ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ଅଖା ଭିତରେ ବନ୍ଧା ଯାଇଥିବା ଅବସ୍ଥାରେ ମାଟିତଳୁ ମୃତଦେହ ଉଦ୍ଧାର ହୋଇଛି। ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଜେସିବିରେ ଖୋଳି ବାହାର କରାଗଲା ମୃତଦେହ।
ଅଭିଯୁକ୍ତ ଦୀପକ ରାଉତକୁ ନେଇ ସିନ୍ ରିକ୍ରିଏସନ କରି ବାହାର କରାଗଲା। ଦୀପକ ପୋଲିସ କନଷ୍ଟେବଲ୍ ହୋଇଥିବାରୁ ଚତୁରତା ସହ ଘଟଣା ଘଟାଇଥିଲା।