ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ କଟାପାଲି ପଂଚାୟତରେ ଆଜି ଚତୁର୍ଥ ପର୍ଯ୍ୟାୟରେ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟୀତ୍ୱ ଓ ସ୍ୱଛତା ସମିତି ତଥା ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ତରଫରୁ ସାମାଜିକ ସମୀକ୍ଷା ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ଜିଲ୍ଲା ସାମାଜିକ ସମୀକ୍ଷକ ହୃଷିକେଶ ମହାକୁର ବିଗତ ଏକ ବର୍ଷ ମଧ୍ୟରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ରାସନ ସାମଗ୍ରୀର ରେଜିଷ୍ଟର, ବଣ୍ଟନ ଖାତା, କେଶ ବହି, ବିଲ ଭାଉଚର ଏବଂ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହୋଇଥିବା ପ୍ରକଳ୍ପ ଗୁଡିକର ନଥିପତ୍ର ଯାଞ୍ଚ କରାଯାଇଥିଲା।