ନିଯୁକ୍ତି ପାଇନଥିବା ଶତାଧିକ ଏମ୍ବିବିଏସ୍ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଓପିଏସ୍ସି ଦ୍ଵାରା କୃତକାର୍ଯ୍ୟ ପରେ ସାର୍ଟିଫିକେଟ୍ ଯାଞ୍ଚ କରାଯାଇଥିଲା। ୮୨୨ ଜଣଙ୍କୁ ନିଯୁକ୍ତି ମିଳିଥିଲେ ମଧ୍ୟ ୧୦୧୮ ଜଣଙ୍କୁ ନିଯୁକ୍ତି ମିଳିନି କହିଛନ୍ତି ଡାକ୍ତର। ତେବେ ଏ ସମ୍ପର୍କରେ ଓପିଏସ୍ସି ପକ୍ଷରୁ କୈଣସି ପ୍ରତିକ୍ରିୟା ମିଳିପାରିନାହିଁ।