କଟକ ଓଏମପି ଠାରୁ କନ୍ଦରପୁର ପର୍ଯ୍ୟନ୍ତ ହେବ ଏଲିଭେଟେଡ୍ କରିଡର୍

ଏ ନେଇ ସୂଚନା ଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହ ଆଲୋଚନା ହୋଇଛି, ଖୁବଶୀଘ୍ର ମଞ୍ଜୁରୀ ମିଳିବ କହିଲେ କଟକ ସାଂସଦ।

ଡିପିଆର୍‌ ପ୍ରସ୍ତୁତ ସରିଛି, ଆସନ୍ତା ୩ ମାସରେ କାମ ଆରମ୍ଭ ହେବ, ଏଥିପାଇଁ ୬୪୦ କୋଟି ଟଙ୍କା ଖର୍ଚ୍ଚ ହେବ କହିଛନ୍ତି କଟକ ସାଂସଦ। ଭିଡ଼କୁ ଦୃଷ୍ଟିରେ ରଖି ଏଲିଭେଟେଡ୍ କରିଡର ପାଇଁ ନିଷ୍ପତ୍ତି ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes