ମର୍ଚ୍ଚାଣ୍ଟ ନ୍ୟାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ମା ଓ ମାମୁ ସିଙ୍ଗାପୁରରୁ ଫେରିବା ପରେ କଂପାନୀ କୌଣସି ପ୍ରକାର ସହଯୋଗ କଲାନି କହିଛନ୍ତି।ଷ୍ଟାଫଙ୍କ ସହ କଥା କରାଇ ଦେଲେନି, ବାରମ୍ବାର ପ୍ରତିରୋଧ କରୁଥିଲେ।ଆମେ ସାର୍ଥକଙ୍କ ବାବଦରେ ପଚାରିବା ବେଳେ ପ୍ରତିରୋଧ କରୁଥିଲେ।
କେବଳ ସାର୍ଥକଙ୍କ କ୍ୟାବିନ୍କୁ ଯିବାକୁ ଅନୁମତି ଦେଲେ, ଜାହାଜର ଅନ୍ୟ କୌଣସି ସ୍ଥାନକୁ ଆଦୌ ଛାଡ଼ିଲେନି। ମାତ୍ର ୨ ଘଣ୍ଟା ମଧ୍ୟରେ ଆମକୁ ଜାହାଜରୁ ଓହ୍ଲାଇ ଦେଲେ। ସବୁବେଳେ ସେମାନେ ଆମକୁ ଘେରି ରହୁଥିଲେ କହିଛନ୍ତି ସାର୍ଥକଙ୍କ ମାମୁ।