ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କଂଗ୍ରେସ କମିଟି ତରଫରୁ ଜୀବନ ଯୁଦ୍ଧରେ ହାରି ଯାଇଥିବା ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାର ସଦଗତି ନିମନ୍ତେ ମଙ୍ଗଳବାର ସନ୍ଧ୍ୟାରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଶୋଭାଯାତ୍ରା ମୁଖ୍ୟ ଛକ ଦେଇ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା । ସେଠାରେ ସୌମ୍ୟାଶ୍ରୀଙ୍କ ଆତ୍ମାର ସଦଗତି କାମନା କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ, ବ୍ଲକ କଂଗ୍ରେସ କମିଟି ସଭାପତି ବସନ୍ତ ମହାକୁର, ସୋନପୁର ବିଧାନସଭାର କଂଗ୍ରେସ ପ୍ରାର୍ଥୀ ହୋଇଥିବା ପ୍ରିୟବ୍ରତ ସାହୁ, ବ୍ଳକ ଯୁବ କଂଗ୍ରେସ ସଭାପତି ବିଦ୍ୟାଧର ଖୁର୍ଡିଆ, ବିକାଶ ପଣ୍ଡା, ରାଜୁ ବାଦୀ, ସନ୍ତୋଷ ସମର୍ଥ, ବିବେକାନନ୍ଦ ସାହୁ, ସୁନିଲ ପ୍ରଧାନ, ପଦ୍ମନାଭ ପ୍ରଧାନ, ଆଦିତ୍ୟ ସାହୁ, ରଞ୍ଜନ ଅମାତଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସାମିଲ ହୋଇଥିଲେ । ଏହି ଅବସରରେ ଆସନ୍ତା ୧୭ ତାରିଖ ଦିନ ଦଳ ପକ୍ଷରୁ ବୀରମହାରାଜପୁର ବନ୍ଦ ପାଳନ କରାଯିବ ବୋଲି ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।