ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ପରେ ରାମଚନ୍ଦ୍ର କାଡ଼ାମ ଏହି ପ୍ରତିକ୍ରିୟା ରଖିଛନ୍ତି। ଦଳ ଭିତରୁ ଜଣଙ୍କୁ ପ୍ରାର୍ଥୀ କରିବୁ, ଏକ୍ ହୋଇ ଜିତାଇବାକୁ ଚେଷ୍ଟା କରିବୁ, ନବୀନଙ୍କୁ ଆମ ସଭାପତି ଭେଟିବା ପରେ ଆହୁରି ସ୍ପଷ୍ଟତା ଆସିବ। ବିଜେଡି ସମର୍ଥନ ପାଇଁ ପ୍ରୟାସ କରିବାରେ କିଛି ଅସୁବିଧା ନାହିଁ, ମିଳିତ ପ୍ରାର୍ଥୀ ପାଇଁ ପ୍ରୟାସ କରିବାରେ ବି କିଛି ଅସୁବିଧା ନାହିଁ କହିଛନ୍ତି କାଡ଼ାମ।