ଓଲଟି ପଡିଲା ଟ୍ରକ, ଡ୍ରାଇଭର ଆହତ

ଅନୁଗୁଳ ଜିଲ୍ଲା ୧୪୯ ନମ୍ବର ଜାତୀୟ ରାଜପଥର ଭେଜିଆ ଛକରେ ଆଜି ଟ୍ରକ୍ ଓଲଟି ପଡିଥିବା ବେଳେ ଚାପି ହୋଇ ରହିଯାଇଥିବା ଡ୍ରାଇଭରକୁ କଟିଂ ମେସିନ଼୍ ସହାୟତାରେ ଉଦ୍ଧାର କରିଛନ୍ତି ମହାବୀରରୋଡ ଫାଣ୍ଡି ଅଧିକାରୀ।

ଡ୍ରାଇଭର୍ ଯାଜପୁର ଜିଲ୍ଲା ଓସ୍ତପାଳ ଗ୍ରାମର ପ୍ରମୋଦ କୁମାର ନାଥ ବୋଲି ସୂଚନା ମିଲିଛି। ଆହତ ଡ୍ରାଇଭରକୁ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version