ଓଡିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ଅଧିନିୟମ ଉପରେ ରହିତାଦେଶ

ଓଡିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ଅଧିନିୟମ -2020 ଉପରେ ଆଜି ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି l ଜନୈକ ପ୍ରଫେସର ଓ ୟୁଜିସି ପକ୍ଷରୁ ଆଗତ ପିଟିସନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ରହିତାଦେଶ ଦେଇଥିବା ବରିଷ୍ଠ ଆଇନଜୀବୀ କହିଛନ୍ତି l

ଏହି ମାମଲାରେ ଚାରି ମାସ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ଓଡିଶା ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l ସଂଶୋଧିତ ଅଧିନିୟମ ରାଜ୍ୟ ସରକାରଙ୍କ ଅଧୀନରେ ବିଶ୍ଵବିଦ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ଏକାଡେମିକ ପଦପଦବୀରେ ନିଯୁକ୍ତି ପାଇଁ ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version