ଓଡିଶା ଡ୍ରାଇଭର ମହାସଂଘ ତରଫରୁ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ସ୍ନେହା ତୁଳସୀ ମଣ୍ଡପ ପରିସରରେ ଆଜି ବୈଠକ ଅନୁଷ୍ଠିତ ହୋଇଛି ।
ବିଧାୟକ ଭାସ୍କର ମଢେଇ ଓ ରାଜ୍ୟ କାର୍ଯ୍ୟକାରିଣୀ ନିହାର ରଞ୍ଜନ ମୋଦି ଯୋଗ ଦେଇ ଡ୍ରାଇଭରଙ୍କ ସମସ୍ୟା ସୁରକ୍ଷା ବୀମା, ଆବାସ, ପେନସନ ପ୍ରଦାନ ବାବଦରେ ଆଲୋଚନା କରିଥିଲେ । ସଭାପତି ବିଜୟ କୁମାର ଦାସ, ଉପସଭାପତି କ୍ରୀଷ୍ଣ ନାଏକ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।