ଓଡିଶା ଖୋ ଖୋରେ ରୌପ୍ୟ ଆଣିଲେ ଦୁଇ ଛାତ୍ରୀ

ହରିୟାଣା ପଞ୍ଚକୁଲା ଠାରେ ଅନୁଷ୍ଠିତ ହୋଇଥିବା ଖେଳ ଇଣ୍ଡିଆ ୟୁଥ ଗେମରେ ଓଡିଶାର ଦୁଇ ବାଳିକା ଖୋ , ଖୋ ଦଳରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିଶାଗାଡ଼ିଆ ସ୍କୁଲର ମୋନିକା ନାଏକ ଓ କ୍ଷଣପ୍ରଭା ନାୟକ ଅଂଶ ଗ୍ରହଣ କରିଥିଲେ ଏବଂ ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।

ଓଡିଶା ବାଳିକା ଦଳ ରୋପ୍ୟ ପଦକ ହାସଲ କରିଥିଲେ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି , ଦୁଇ ବାଳିକାଙ୍କୁ ଜ଼ିଲ୍ଲାର ଖୋ ଖୋ କୋଚ, ପ୍ରକାଶ କୁମାର ବେଜ ଓ ମ୍ୟାନେଜର ସୁବ୍ରତ ଲେଙ୍କା ଓ ଜ଼ିଲ୍ଲା କ୍ରୀଡା ଅଧିକାରୀ ରମେଶ କୁମାର ପାଢ଼ି ବିଜୁପଟ୍ଟନାୟକ ବିମାନ ବନ୍ଦର ରେ ସ୍ୱାଗତ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes