ସରଣ୍ଡା ବାଲିବା ଜଙ୍ଗଲରେ ସୁରକ୍ଷା କର୍ମୀ-ନକ୍ସଲ୍ ଗୁଳି ବିନିମୟ ଜାରି ରହିଛି।ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ ଜାରି ରହିଥିବା ବେଳେ ସର୍ଚ୍ଚ ଅପରେସନ୍ ଜୋରଦାର ହୋଇଛି।
ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୫ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ରାଞ୍ଚିକୁ କରାଗଲା ଏୟାର୍ ଲିପ୍ଟିଂ। ଗୁଳି ବିନିମୟରେ ୩-୪ ନକ୍ସଲ ମୃତ ହୋଇଥିବା ବେଳେ ଓ କିଛି ଆହତ ହୋଇଥିବା ଆଶଙ୍କା କରାଯାଉଛି।