DRDO ଓ ବାୟୁସେନାର ମିଳିତ ଉଦ୍ୟମରେ ଟାକ୍ଟିକାଲ୍ ଆଡଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ୍ (TARA)ର ସଫଳ ପରୀକ୍ଷଣ ହୋଇଛି। ‘TARA’ ଦେଶର ପ୍ରଥମ ସ୍ୱଦେଶୀ ଗ୍ଲାଇଡ୍ ଅସ୍ତ୍ର ପ୍ରଣାଳୀ। କମ୍ ମୂଲ୍ୟର ସିଷ୍ଟମ ବ୍ୟବହାର କରୁଥିବା ଏହା ପ୍ରଥମ ଗ୍ଲାଇଡ୍ ଅସ୍ତ୍ର। ଅଣଗାଇଡେଡ୍ ୱାରହେଡ୍କୁ ଏହା ସଠିକ୍ ମାର୍ଗଦର୍ଶିତ ଅସ୍ତ୍ରରେ ପରିଣତ କରିଥାଏ। ଭୂମି ଆଧାରିତ ଲକ୍ଷ୍ୟକୁ ଏହା ସହଜରେ ଟାର୍ଗେଟ କରିପାରିବ।