ରାଜ୍ୟରେ ପ୍ରତିଷ୍ଠା ହେବ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (OISF)ର ତୃତୀୟ ଓ ଚତୁର୍ଥ ବାଟାଲିୟନ୍। ୨ ନୂଆ OISF ବାଟାଲିୟନ୍ ପାଇଁ ୧୯୪୪ଟି ପଦବୀ ସୃଷ୍ଟି ହେବ।
୨ ଜଣ କମାଣ୍ଡାଣ୍ଟ ଓ ୬ ଜଣ ଡେପୁଟି କମାଣ୍ଡାଣ୍ଟ ପଦବୀ ସୃଷ୍ଟି ହେବାକୁ ଥିବାବେଳେ ନିଯୁକ୍ତି ପାଇବେ ୨୫୬ ହାବିଲଦାର ଓ ୧୩୫୦ କନଷ୍ଟେବଳ।ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।