ସେପ୍ଟେମ୍ବର ୨୮ରେ ଭୁବନେଶ୍ୱରରେ ୨ୟ ମେଡିଏସନ ସମ୍ମିଳନୀ ହେବ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ୧ମ ସମ୍ମିଳନୀ ଦିଲ୍ଲୀରେ ହୋଇଥିଲା, ଦ୍ବିତୀୟଟି ଓଡ଼ିଶାରେ ହେବ। ସଚିବ ସ୍ତରୀୟ ବୈଠକ ସହ ହାଇକୋର୍ଟ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ଆସିବାକୁ ଅନୁରୋଧ କରିଛୁ। ପ୍ରଧାନ ବିଚାରପତି, ହାଇକୋର୍ଟ ମୁଖ୍ୟ ବିଚାରପତି ଉପସ୍ଥିତ ରହିବେ। ଆଗାମୀ ଦିନରେ ଏହି ସମ୍ମିଳନୀ ବିଭନ୍ନ କେସ୍ରେ ଲିଟିଗେସନ କମାଇବ। ଏହି ଆଲୋଚନା ଦ୍ୱାରା ମେଡିଏସନ ଆକ୍ଟର ସୁଗମତା ହୋଇ ପାରିବ କହିଛନ୍ତି ମନ୍ତ୍ରୀ।