ଟୋନ୍ଡ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି କଲା ଓମ୍ଫେଡ୍। ୫୦ ଟଙ୍କାରୁ ବୃଦ୍ଧି ପାଇ ୫୪ ଟଙ୍କା ହେଲା। ପ୍ରିମିୟମ ଦୁଗ୍ଧ ଲିଟର ପ୍ରତି ୫୪ ଟଙ୍କାରୁ ବୃଦ୍ଧି ପାଇ ହେଲା ୫୮ ଟଙ୍କା। ଗୋଲ୍ଡ ପ୍ରିମିୟର ପ୍ଲସ୍ ଦୁଗ୍ଧ ଲିଟର ୬୦ ଟଙ୍କାରୁ ବୃଦ୍ଧି ପାଇ ହେଲା ୬୪ ଟଙ୍କା। ଗୋଲ୍ଡ ପ୍ରିମିୟର ଦୁଗ୍ଧ ଲିଟର ପ୍ରତି ୫୬ ଟଙ୍କାରୁ ବୃଦ୍ଧି ପାଇ ହେଲା ୬୦ ଟଙ୍କା। ଗୋଟିଏ ପ୍ୟାକେଟ୍ (୫୦୦ ମି.ଲି) ଉପରେ ୨ ଟଙ୍କା ବୃଦ୍ଧି ହୋଇଛି। ଆଜିଠାରୁ ରାଜ୍ୟରେ ଓମ୍ଫେଡ୍ର ନୂଆ ଦର ଲାଗୁ ହେବ।