ପରିବେଶ ସୁରକ୍ଷା ପାଇଁ ଇ-ବସ୍ ଅଧିକ ପ୍ରଚଳନ କରିବାକୁ ଯୋଜନା ରହିଛି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଆଗକୁ ରାଜ୍ୟ ସରକାର ୨୦୦ଟି ଇ -ବସ୍ ଆଣିବେ, ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶାକୁ ୪୦୦ଟି ଇ-ବସ୍ ପ୍ରଦାନ କରିବେ, ମୋଟ ୬୦୦ଟି ଇ-ବସ୍ ଜନସାଧାରଣଙ୍କ ସେବାରେ ଲାଗିବ।
ଏବେ ୨୫ଟି ଇ-ବସ୍ ଆସୁଛି, ଯାହା ସମ୍ବଲପୁରକୁ ପ୍ରଦାନ କରାଯିବ। ପରେ ଅନ୍ୟ ଜିଲ୍ଲାକୁ ମଧ୍ୟ ଇ-ବସ୍ ପ୍ରଦାନ କରାଯିବ କହିଛନ୍ତି ମନ୍ତ୍ରୀ।