ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଲେଖକ ଅକ୍ଷୟ କୁମାର ମହାନ୍ତିଙ୍କ ପରଲୋକ

ବିଶିଷ୍ଟ ନାଟ୍ୟକାର, ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ଅଧିକାରୀ ଓ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଲେଖକ ଏବଂ ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦର ମୁଖ ତଥା ଇ ଟିଭିର ବରିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅକ୍ଷୟ କୁମାର ମହାନ୍ତିଙ୍କ ଆଜି ସକାଳ ୭ଟା ସମୟରେ ଭୁବନେଶ୍ୱର ନୀଳାଦ୍ରି ବିହାର ସେକ୍ଟର ୧ ସ୍ଥିତ ନିଜ ବାସଭବନରେ ପରଲୋକ ଘଟିଛି।

ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ଆଜି ପୁରୀ ସ୍ବର୍ଗ ଦ୍ବାର ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ପ୍ରକାଶ ଥାଉକି ଅବସର ପରେ ସ୍ଵର୍ଗତ ମହାନ୍ତି ଓଡ଼ିଆ ଦୃଶ୍ୟମାନ ସାହିତ୍ୟ ଉପରେ ଡଃ ହରିହର କାନୁନଗୋଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗବେଷଣା କରି ପିଏଚଡ଼ି ଡିଗ୍ରୀ ଲାଭ କରିଛନ୍ତି। ତାଙ୍କ ବିୟୋଗରେ ଗଭୀର ଶୋକର ଛାୟା ଖେଳିଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes