ଓଏଏସ ଓ ଓଆରଏସ ଅଧିକାରୀଙ୍କ ନୂଆ ବଦଳି ନୀତି

OAS ଓ ORS ଅଧିକାରୀଙ୍କ ବଦଳି ନୀତି ନିୟମ ବଦଳିଛି। ପ୍ରଥମ ୬ ବର୍ଷସମସ୍ତ ଅଧିକାରୀ ଫିଲ୍ଡରେ କାର୍ଯ୍ୟ କରିବା ବାଧ୍ୟତାମୂଳକ। ପ୍ରଥମ ପୋଷ୍ଟିଂ ସମୟରେ କେବିକେ ଜିଲ୍ଲା, ଗଜପତି, କନ୍ଧମାଳକୁ ପ୍ରାଥମିକତା ଦିଆଯାଇଛି। ବଦଳି ନିମନ୍ତେ ପ୍ରତ୍ୟକ୍ଷ ଅବା ପରୋକ୍ଷ ସୁପାରିଶ ଉପରେ ନିଷେଧାଦେଶ ରହିଛି। ପ୍ରତିବର୍ଷ ୧୫ ଏପ୍ରିଲରୁ ୧୫ ଜୁନ ମଧ୍ୟରେ ବଦଳି ହେବ। ଗୋଟିଏ ସ୍ଥାନରେ ସର୍ବନିମ୍ନ ୨ ବର୍ଷ ଓ ସର୍ବାଧିକ ୩ ବର୍ଷ କାର୍ଯ୍ୟ କରିବେ। ବଦଳି ଆଦେଶର ୭ ଦିନ ମଧ୍ୟରେ ଅଧିକାରୀଙ୍କୁ ଦାୟିତ୍ବମୁକ୍ତ କରାଯିବ। ଲଗାତାର ୬ ବର୍ଷ ଗୋଟିଏ ଜିଲ୍ଲାରେ କାର୍ଯ୍ୟକରି ପାରିବେ ନାହିଁ ଅଧିକାରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes