ଏସିସିସି ତାଲିକାରୁ ବଞ୍ଚିତ ଥିବା ଗ୍ରାମବାସୀଙ୍କ ରାସ୍ତାରୋକ

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ଅଧିନ କରକଚିଆ ପଞ୍ଚାୟତର ବାରୁଡ଼ିହ ଓ ସାତଧାରିଆ ଗ୍ରାମବାସୀ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ରହୁଥିବା ଅଭିଯୋଗରେ ଆଜି ଖୁଣ୍ଟା – ଉଦଳା ରାସ୍ତାର ନାଲୁହା ଛକ ଠାରେ ଦୁଇ ଘଣ୍ଟାଧରି ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି ।

ସଂପୃକ୍ତ ଗ୍ରାମବାସୀ ଏସିସିସି ତାଲିକାରୁ ବଞ୍ଚିତ ରହିଥିବା ଯୋଗୁଁ ୬୦ ରୁ ଅଧିକ ପରିବାର ବିଭିନ୍ନ ସରକାରୀ ଯୋଜନା ପାଇବାରୁ ବଞ୍ଚିତ ରହୁଥିବା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ବିଡ଼ିଓ ମାନସ ରଂଜନ ସାମଲ , ତହସିଲଦାର ସ୍ମରଣ ରଞ୍ଜନ ପୃଷ୍ଟି ଅବରୋଧକାରୀଙ୍କ ସହିତ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version