ଏସଡିଓଙ୍କ ପ୍ରତିଶ୍ରୁତି ପରେ କାର୍ଯ୍ୟାଳୟରୁ ହଟିଲା ତାଲା

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ପ୍ରତିଦିନ ମନଇଚ୍ଛା ଟାଟା ପାୱାରର ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଆଜି ଅଞ୍ଚଳର ସଚେତନ ଯୁବକ ମାନେ ବିଦ୍ୟୁତ ବିଭାଗୀୟ ଏସଡିଓଙ୍କ କାର୍ଯ୍ୟାଳୟକୁ ତାଲା ପକାଇ ଅଫିସ ସମ୍ମୁଖରେ ଧାରଣା ଦେଇଥିବା ଫଳରେ ସକାଳ ୧୦ଘଣ୍ଟାରୁ ଦିନ ପ୍ରାୟ ୧ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅଚକ ହୋଇପଡ଼ିଥିଲା କାର୍ଯ୍ୟାଳୟ ।

ବିଭାଗୀୟ ଏସଡିଓ ରଶ୍ମି ରଞ୍ଜନ ଜେନା ଘଟଣାସ୍ଥଳରେ ପହଞ୍ଚି ଧାରଣାରତ ଯୁବକଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ ଦୁଇଦିନ ମଧ୍ୟରେ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ କାର୍ଯ୍ୟାଳୟରୁ ତାଲା ହଟିଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes