ସଙ୍କଟାପନ୍ନ ଅବସ୍ଥାରେ ଏମ୍ସର ବର୍ଣ୍ଣ ୟୁନିଟ୍ରେ ଛାତ୍ରୀଙ୍କ ଚିକିତ୍ସା ଚାଲିଛି। ୧୨ ଜଣିଆ ଡାକ୍ତରୀ ଦଳ ଚିକିତ୍ସା ପାଇଁ ନିୟୋଜିତ ଅଛନ୍ତି। ସ୍ବାସ୍ଥ୍ୟାବସ୍ଥାରେ ଏ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ଆସିନଥିବା ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ କହିଛନ୍ତି।
ଶ୍ରୀ ବିଶ୍ୱସଙ୍କ ସୂଚନା ଅନୁସାରେ, ପୀତିଡ଼ାଙ୍କୁ ICU ଭେଣ୍ଟିଲେଟର୍ରେ ରଖାଯାଇଛି। ୯୫%ରୁ ଅଧିକ ପୋଡ଼ିଛି, ସ୍ଥିତିରେ କିଛି ସୁଧାର ଆସିନି, ଇଣ୍ଟରନାଲ୍ ଆଘାତ ହୋଇଛି, କିଡ୍ନୀ ପ୍ରଭାବିତ ହୋଇଛି। ଆଗାମୀ ୨୪ରୁ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ, ବିଭିନ୍ନ ବିଭାଗର ଡାକ୍ତର ଚିକିତ୍ସାରେ ଲାଗିଛନ୍ତି କହିଛନ୍ତି ଏମ୍ସ ନିର୍ଦ୍ଦେଶକ।