ମ୍ୟାନେଜମେଣ୍ଟ କୋଟାରେ ଏମବିବିଏସ ସିଟ୍ ପାଇଁ ଅର୍ଥ ହଡ଼ପ ମାମଲାରେ ୨ ଅଭିଯୁକ୍ତଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗ କରିଛି।
ଭୁବନେଶ୍ୱର ପିଏମ୍ଏଲ୍ଏ କୋର୍ଟରେ ଇଡି ପ୍ରସିକ୍ୟୁସନ କମ୍ପଲେନ୍ କରିଛି। ୨ ଅଭିଯୁକ୍ତଙ୍କୁ ଦଣ୍ଡ ଓ ଜବତ ୪୬ ଲକ୍ଷକୁ ବାଜ୍ୟାପ୍ତି ପାଇଁ ଆବେଦନ ହୋଇଛି। ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଏହା ପରେ ତଦନ୍ତ କରୁଛି ଇଡି।