ଏବେ ସବୁ ଅଙ୍ଗନବାଡି ସ୍କୁଲ୍‌ରେ ସାମିଲ୍‌ ସମ୍ଭବ ନୁହେଁ : ମନ୍ତ୍ରୀ

ସ୍କୁଲ୍‌ରେ ଅଙ୍ଗନବାଡି ସାମିଲ ନେଇ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଶିଶୁବାଟିକା ୩କୁ ସ୍କୁଲ୍‌ରେ ସାମିଲ କରାଯାଇଛି, ଏବେ ବି ଶିଶୁବାଟିକା ୧ ଓ ୨ ଅଙ୍ଗନବାଡ଼ି କେନ୍ଦ୍ରରେ ଅଛି। ବର୍ତ୍ତମାନ ସବୁ ଅଙ୍ଗନବାଡି ବନ୍ଦ କରି ସ୍କୁଲ୍‌ରେ ସାମିଲ ସମ୍ଭବ ନୁହେଁ, ୫ ବର୍ଷ ପରେ ପିଲା ଶିଶୁବାଟିକା ୩ରେ ନାମ ଲେଖାଇବେ। ୪୫ ହଜାର ସ୍କୁଲ୍‌ରେ ଶିଶୁବାଟିକା ୩ ଖୋଲାଯାଇଛି। ପରବର୍ତ୍ତୀ ମୁହୂର୍ତ୍ତରେ ନିର୍ଦ୍ଦେଶ ଆସିଲେ ଶିଶୁବାଟିକା ୧ ଓ ୨ ସାମିଲ ହେବ କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes