କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନ୍ଆଇଆରଏଫ୍ ରାକିଂ ତାଲିକା ଆଜି ପ୍ରକାଶ ପାଇଥିବା ବେଳେ ସାମଗ୍ରିକ ପ୍ରତିଷ୍ଠାନ ତାଲିକାର ୨୫ତମ ସ୍ଥାନରେ ‘ସୋଆ’, ୨୭ରେ କିଟ୍ ରହିଛି। ୩୪ରେ NIT ରାଉରକେଲା, ୮୦ରେ ଆଇଆଇଟି ଭୁବନେଶ୍ବର ଅଛି।ଇଞ୍ଜିନିୟରିଂ ମାନ୍ୟତାରେ NIT ରାଉରକେଲା ୧୩, ସୋଆ ୨୨, କିଟ୍ ୩୬ ତମ ସ୍ଥାନରେ ରହିଛି।
ବିଶ୍ବବିଦ୍ୟାଳୟ ମାନ୍ୟତାର ୧୫ରେ ସୋଆ ଓ ୧୭ରେ କିଟ୍ ଏବଂ ମେଡିକାଲ କଲେଜ ମାନ୍ୟତାର ୧୪ରେ ଏମ୍ସ, ୧୫ରେ ସୋଆ, ୨୪ରେ କିଟ୍ ରହିଛି। ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ମାନ୍ୟତାରେ ୩୦ରେ NIT ରାଉରକେଲା, ୪୩ରେ କିଟ୍ ଅଛି। କଲେଜ କ୍ୟାଟେଗୋରୀରେ ଟପ୍-୧୦୦ରେ ଓଡ଼ିଶାର କୌଣସି କଲେଜ ନ ଥିବା ଦେଖିବାକୁ ମିଳିଛି।