ଏନସିସି କ୍ୟାଡେଟଙ୍କ ଦ୍ଵାରା ପୁନୀତ ସାଗର ଅଭିଯାନ

ପୁନୀତ ସାଗର ଅଭିଯାନ ସପ୍ତାହ ପାଳନ ଅବସରରେ କେନ୍ଦୁଝର ସ୍ଥିତ ୧୪ ଓଡ଼ିଶା ବାଟାଲିୟନର ଏନସିସି କ୍ୟାଡେଟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।

ଆଜି କେନ୍ଦୁଝର ସହରକୁ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ କରିବାକୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇ ଯାଇଛି। କମାଣ୍ଡିଂ ଅଫିସର ଏମ ଚନ୍ଦ୍ରଶେଖର ରାଓଙ୍କ ନିର୍ଦ୍ଦେଶକ୍ରମେ ସୁବେଦାର ହାବିଲଦାର, ହାବିଲଦାର ରାଜୀବ କୁମାର ମିଶ୍ର, ଲେଫ୍ଟନାଣ୍ଟ ସଲମା କିସ୍କୁ, ଏନସିସି ଅଫିସର ବିଜୟ କୁମାର ବେହେରା, ସୁରେନ୍ଦ୍ର କୁମାର ପଇଦାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୨୦ ଜଣ କ୍ୟାଡେଟ ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes