ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ମୁଖ୍ୟାଳୟକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଘୋଷଣା ଦାବିରେ ସୋମବାର ସୁବର୍ଣ୍ଣପୁର ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦଳୀୟ କର୍ମୀ ବୀରମହାରାଜପୁର ତହସିଲ ପଡିଆ ଠାରୁ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ମୁଖ୍ୟ ଛକ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ସେଠାରେ ଉପଜିଲ୍ଲାପାଳ ଅଶୋକ ଭୋଇଙ୍କୁ ଯଥାଶୀଘ୍ର ବୀରମହାରାଜପୁରକୁ ଏନଏସି ଘୋଷଣା କରାଯିବା ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା ।
