ଏଣିକି ସହରୀ ଗରୀବଙ୍କୁ ଭଡ଼ାରେ ଘର ଦେବେ ସରକାର

ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ। ସରକାରୀ ଘର ଚିହ୍ନଟ ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଚିଠି କରିଛି। ବିଶେଷ କରି କର୍ମଜୀବୀ ମହିଳାମାନଙ୍କୁ ଭଡ଼ାରେ ଘର ଦିଆଯିବ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ୨.୦ ଅନୁଯାୟୀ ଭଡ଼ା ମିଳିବ। ଗାଇଡ୍‌ଲାଇନ ଅନୁଯାୟୀ ୨ଟି ମଡେଲରେ ସୁଲଭ ମୂଲ୍ୟରେ ଭଡ଼ା ଦିଆଯିବ। ପ୍ରଥମେ ସରକାରୀ ଘରକୁ ପବ୍ଲିକ ଏଜେନ୍ସି ମାଧ୍ୟମରେ ଭଡ଼ା ଦିଆଯିବ ଏବଂ ଦ୍ୱିତୀୟରେ ବେସରକାରୀ ସଂସ୍ଥା ଘର ତିଆରି କରି ଗରୀବଙ୍କୁ ଭଡ଼ା ଦେବେ କହିଛନ୍ତି ସରକାର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes