ବିଭିନ୍ନ ଜନ ସମସ୍ୟାକୁ ନେଇ ଅଗଷ୍ଟ ୯ କ୍ରାନ୍ତି ଦିବସରେ ଏଆଇଟିୟୁସି ଓ ଏଚଏମଏସ ସଂଗଠନ ତରଫରୁ କେନ୍ଦ୍ରରେ ମୋଦି ସରକାରଙ୍କ ଜନ ବିରୋଧି ନୀତି ବିରୁଦ୍ଧରେ ଓ ବିଭିନ୍ନ ଜନ ଦାବିକୁ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି।
ଶ୍ରମିକ ବିରୋଧୀ ୪ ଶ୍ରମ ବୋର୍ଡକୁ ବାତିଲ କରିବା ସହ ଶିଳ୍ପ ଘରୋଇ କାରଣ ବନ୍ଦ, ଦରଦାମ ନିୟନ୍ତ୍ରଣ , ଶ୍ରମିକଙ୍କୁ ସୁରକ୍ଷା, ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଆଦି ୧୫ ଦଫା ଦାବିରେ ଏହି ଆନ୍ଦୋଳନ କରିଥିଲେ। ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।