ଉଦଘାଟିତ ହେଲା ନବନିର୍ମିତ ମିଶନ ଶକ୍ତି ଗୃହ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ର ନବ ନିର୍ମିତ ମିଶନ ଶକ୍ତି ଗୃହକୁ ଶୁକ୍ରବାର ପାଟଣା ବିଧାୟକ ଜଗନ୍ନାଥ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଛନ୍ତି।

ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପାଟଣା ବ୍ଲକ୍ ଅଧ୍ୟକ୍ଷା ସୁକାନ୍ତି ନାଏକ, ଉପାଧକ୍ଷା ବୀଣାପାଣି ନାୟକ ପାଟଣା ବିଡ଼ିଓ ଶିବ ଶଙ୍କର ମୁର୍ମୁ, ମିଶନ ଶକ୍ତିର ଜିଲ୍ଲା କଡ଼ିନେଟର ଶିଶିର କିଣ୍ଡୋ , ଜିଲ୍ଲା ପରିଷଦ ସଦସ୍ୟ ରୁନୁ ମହାନ୍ତ, ସୌଭାଗ୍ୟ ମଞ୍ଜରୀ ନାୟକ, ପ୍ରଫୁଲ କୁମାର ନାୟକ, ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ରେ ବ୍ଲକ ର ୨୦ ଟି ପଞ୍ଚାୟତ ର ଏମବି କେ ,ସିଆରପିମାନେ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes