ଉଦଘାଟନ ଅପେକ୍ଷାରେ ପୁରୀ-କେନ୍ଦୁଝର ଗଡ-ଆନନ୍ଦ ବିହାର ଟ୍ରେନ

କେନ୍ଦୁଝର ଗଡ ରେଳ ଷ୍ଟେସନରେ ଉଦଘାଟନ ଅପେକ୍ଷାରେ ରହିଛି ପୁରୀ – କେନ୍ଦୁଝର ଗଡ – ଆନନ୍ଦ ବିହାର ଟ୍ରେନ। ଆଜି ଅପରାହ୍ନ ୨.୩୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ହଲାଇ ଶୁଭାରମ୍ଭ କରିବେ। ଏଠାରୁ ଟ୍ରେନ ବଂଶପାଣି ଯାଇ ସେଠାରୁ ପୁରୀ ଫେରିବ ଏବଂ ସପ୍ତାହରେ ଦିନେ ନିର୍ଦ୍ଧାରିତ ଦିନ ଠାରୁ ଚଳିବ ବୋଲି ସୂଚନା ମିଳିଛି।

ଏଠାରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓ ବିଧାୟକ ମୋହନ ମାଝି ଅନୁଷ୍ଠିତ ସ୍ଵତନ୍ତ୍ର ଉତ୍ସବରେ ଯୋଗ ଦେବେ। ସେହିପରି ପାରାଦୀପ ଓ କେନ୍ଦୁଝର ଟ୍ରେନକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ଏଠାରେ ଉକ୍ତ ଟ୍ରେନ କୁ ସ୍ଵାଗତ ପାଇଁ କାର୍ଯକ୍ରମ ଆୟୋଜନ ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes