ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଉତେଜନା ପରିସ୍ଥିତି

ରଥଯାତ୍ରା ନିମନ୍ତେ ବାରିପଦାର ବଡ଼ବଜାର ଠାରେ ଜବରଦଖଲକାରୀ ଦୋକାନଙ୍କୁ ଉଚ୍ଛେଦ ସମୟରେ ଉତେଜନା ପରିସ୍ଥିତି ଦେଖିବାକୁ ମିଳିଛି।

ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଜାରି ଥିବା ବେଳେ ସରକାରୀ ମହିଳା ମହାବିଦ୍ୟାଳୟ ସମ୍ମୁଖ ଭାଗରେ ଜବରଦଖଲକାରୀ ଦୋକାନୀମାନେ ଏହାକୁ ବିରୋଧ କରିବା ସହ ଉଚ୍ଛେଦରେ ସହଯୋଗ କରିନଥିଲେ। ଏହାକୁ ନେଇ ବହୁ ସମୟ ଧରି ଯୁକ୍ତିତର୍କ ସହ ଉତେଜନା ପରିସ୍ଥିତି ହୋଇଥିଲା। ବଡ଼ବଜାର ରାସ୍ତାକୁ କିଛି ସମୟ ପାଇଁ ଅବରୋଧ ମଧ୍ୟ କରିଥିଲେ ଦୋକାନୀମାନେ। ତେବେ ଟାଉନ ଥାନା ପୁଲିସ ଆସି ବୁଝାସୁଝା କରିବା ପରେ ଘଟଣା ଶାନ୍ତ ପଡିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version