ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ କରାଯିବ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହା ମାଧ୍ୟମରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ। ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ କାର୍ଯ୍ୟ କରିବ, ଏଥିପାଇଁ ଏକ ୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ।
ଶକ୍ତିଶ୍ରୀ ମୋବାଇଲ୍ ଆପ୍ ମଧ୍ୟ କାର୍ଯ୍ୟ କରିବ। ଯଦି ଛାତ୍ରୀ ଅସୁବିଧାରେ ପଡ଼ନ୍ତି ନାମ ଗୋପନ ରଖି ପଞ୍ଜୀକୃତ କରିପାରିବେ କହିଛନ୍ତି ମୁଖ୍ୟମନ୍ତ୍ରୀ।