ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକଙ୍କ ପରିଦର୍ଶନ

ଆଜି ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଉମାଶଙ୍କର ଦାଶ ବୀରମହାରାଜପୁର ମହାବିଦ୍ୟାଳୟ ପରିଦର୍ଶନ କରିଥିବାର ଜଣାଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ ତାଙ୍କୁ ସ୍ୱାଗତ କରିଥିଲେ । ପ୍ରଫେସର ଦାଶ ବିଜ୍ଞାନାଗାର, ପାଠାଗାର, ଖେଳ ପଡିଆ ଆଦି ବିଭିନ୍ନ ବିଭାଗର ଭିତ୍ତିଭୂମି ପରିଦର୍ଶନ କରିବା ସହିତ ଏହାର ପ୍ରଶଂସା କରିଥିଲେ । ଖେଳପଡିଆ ପରିଦର୍ଶନ କରି ସେ ଆନନ୍ଦିତ ହେବା ସହିତ ଏହାକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ପାଠପଢା ଓ ପରୀକ୍ଷା ପଳାଫଳକୁ ନେଇ ସନ୍ତୋଷ ପ୍ରକାଶ କରିବା ସହ ଏଥିରେ ଆହୁରି ଉନ୍ନତି ଆଣିବାକୁ ସେ ଉପଦେଶ ଦେଇଥିଲେ । ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ସହ ବୈଠକ କରି ନାକ୍ ଆକ୍ରେ୍ଡେସନ ପାଇଁ ପ୍ରସ୍ତୁତ ହେବା ଓ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଫେସର ଦାଶଙ୍କୁ କଲେଜର ମୁଖପତ୍ର “ଭୂମା”ର ଦୁଇଟି ସଂସ୍କରଣ ପ୍ରଦାନ କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes