ଇସ୍ତଫା ଦେଲେ ବିଜେଡି ବିଧାୟକ ପ୍ରେମାନନ୍ଦ ନାୟକ (ଅପଡେଟ)

ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଦଳରୁ ଇସ୍ତଫା ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କୁ ଅଣଦେଖା କରାଯାଇଥିବା କାରଣ ଦର୍ଶାଇ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେଡି ରାଜ୍ୟ ସଭାପତିଙ୍କୁ ଚିଠି ଲେଖି ଅକ୍ଟୋବର ୧୨ ତାରିଖରେ ଜଣାଇଥିଲେ।

ତେବେ ଏହାକୁ ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇ ନ ଥିଲା। ସେ ନବୀନଙ୍କ ଏହି ସରକାରରେ ବୈଷୟିକ ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ତେବେ କିଛି ଦିନ ହେଲା ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉ ନ ଥିଲେ କିମ୍ବା ୫ଟି ଅଧ୍ୟକ୍ଷଙ୍କ କେନ୍ଦୁଝର ଗସ୍ତ ବେଳେ ଉପସ୍ଥିତ ନ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes