ଇମ୍ପରିୟଲ କଲେଜରେ ଷ୍ଟାଟଅପ୍ ଯାତ୍ରା କାର୍ଯ୍ୟକ୍ରମ

ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଷ୍ଟାଟଅପ ଯାତ୍ରାର ଭ୍ୟାନ ଆଜି ବରଗଡ଼ ଇମ୍ପରିୟଲ କଲେଜଠାରେ ପହଂଚିବା ପରେ ସେଠାରେ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

କଲେଜର ଅଧ୍ୟକ୍ଷ ଦୁର୍ଗେଶ ଶତପଥୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀ ଇଂ.ପି କେ ପରିଜା ଓ ଯାତ୍ରାର ସଂଯୋଜକ ମଳୟ ମହାପାତ୍ର ଉପସ୍ଥିତ ଥିଲେ । କଲେଜର ଛାତ୍ରଛାତ୍ରୀମାନେ ନୂତନ ଷ୍ଟାଟଅପ ବିଷୟରେ ନିଜର ପ୍ରକଳ୍ପ ବର୍ଣ୍ଣନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes