ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ଆସନ୍ତା ୭ରେ ସକାଳ ୬ରୁ ଦିନ ୧୨ ଯାଏଁ ପୁରୀରେ ହରତାଳ ଆହ୍ବାନ ଦେଇଛି ବିଜେଡି। ଦୋକାନ ବଜାର ସହ ଗାଡ଼ିମୋଟର ବନ୍ଦ ପାଇଁ ଡାକରା ଦେଇଛି।
ପୀଡ଼ିତାଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ ରହିଥିବା କହିଛି ବିଜେଡି। ରାଜ୍ୟ ସରକାର ଜାଣିଶୁଣି ଅଭିଯୁକ୍ତଙ୍କୁ ଚିହ୍ନଟ କରୁ ନଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ବାପାଙ୍କ ଉପରେ କି ଚାପ ପଡ଼ିଲା ମତ ବଦଳାଇଲେ ପ୍ରଶ୍ନ କରିଛି ଦଳ।