ଅଘୋଷିତ ବିଦ୍ୟୁତ୍ କାଟ୍କୁ ନେଇ କଂଗ୍ରେସ ବିଦ୍ୟୁତ୍ ଅଫିସ ଘେରାଉ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।
ନଡ୍ଡାଙ୍କ ଗସ୍ତ ଓଡ଼ିଶାରେ କାମ ଦେବନି କହିଲେ ଶରତ ପଟ୍ଟନାୟକ। କେନ୍ଦ୍ର ଅନୁଦାନ ନାହିଁ, ଦରଦାମ ବୃଦ୍ଧିକୁ ନେଇ ଲୋକେ ଅସନ୍ତୁଷ୍ଟ ଅଛନ୍ତି, ବିଜେପି ଓ ବିଜେଡି ମିଶିକି ଅଛନ୍ତି, ସମଦୂରତା ନବୀନଙ୍କ ନାହିଁ ବୋଲି ସେ କହିଛନ୍ତି।