ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି

ଫେବ୍ରୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ଟ୍ରିବ୍ୟୁନାଲ୍ ସ୍ପଟ୍ ଭିଜିଟ୍ କରି ସାରିବା ପରେ ମାର୍ଚ୍ଚ ୧୪ ତାରିଖରେ ଶୁଣାଣି କରିବ। ଏପ୍ରିଲ ୧୩ ତାରିଖରେ ଟ୍ରିବ୍ୟୁନାଲ୍ ଅବଧି ଶେଷ ହେବାକୁ ଯାଉଛି। ଓଡ଼ିଶା ଏବଂ ଛତିଶଗଡ଼ ଟ୍ରିବ୍ୟୁନାଲ୍ ଅବଧି ବୃଦ୍ଧି ପାଇଁ ଅନୁରୋଧ କରିସାରିଛନ୍ତି।

୨୦୨୭ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଟ୍ରିବ୍ୟୁନାଲ୍ ଚେୟାରପର୍ସନ୍ ପଦ ଖାଲି ଥିବାରୁ ୯ ମାସ କାର୍ଯ୍ୟ ହୋଇନଥିଲା, ଯେଉଁଥିପାଇଁ କାର୍ଯ୍ୟକ୍ରମ ବିଳମ୍ବିତ ହୋଇଛି କହିଲେ AG ପୀତାମ୍ୱର ଆଚାର୍ଯ୍ୟ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes