ଆଗାମୀ ବଜେଟ୍ ଅଧିବେଶନ ପାଇଁ ପୂର୍ବାହ୍ନ ୧୧ଟା ୩୦ରେ ସର୍ବଦଳୀୟ ବୈଠକ ବସିବ।ବିଧାନସଭା ପରିସରରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ।
ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଧେୟକରେ ସମନ୍ୱୟ ରକ୍ଷା ପାଇଁ ହୋଇପାରେ ଆଲୋଚନା। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବଜେଟ୍ ଅଧିବେଶନ। ୨୦ରେ ୨୦୨୬-୨୭ ବଜେଟ୍ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।