ଲଘୁଚାପ ଜନିତ ବର୍ଷାରେ ମୟୁରଭଞ୍ଜ ଜିଲ୍ଲାରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଥିବା ବେଳେ ମୋରୋଡା ବିଧାୟକ ରାଜକିଶୋର ଦାସ ରାସଗୋବିନ୍ଦପୁର ଠାରେ ବନ୍ୟା ଆଶ୍ରୟସ୍ଥଳୀରେ ଆଶ୍ରିତ ଲୋକଙ୍କୁ ନିଜେ ଖାଦ୍ୟ ପରସିଥିବା ଦେଖିବାକୁ ମିଳିଛି।
ଉକ୍ତ ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇ ଗାଁ ଗଣ୍ଡାରେ ପଶିଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଧାୟକଙ୍କ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟ ସହ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।