ସୁବର୍ଣ୍ଣପୁର ଜିଲ୍ଲା ଚାଇଲଡ଼ ଲାଇନ ତରଫରୁ ଆଜି ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ପଞ୍ଚାୟତର କୁଞ୍ଜାପାଲି ଆଶ୍ରମ ବିଦ୍ୟାଳୟରେ ଶିଶୁମାନଙ୍କୁ ଚାଇଲଡ଼ ଲାଇନ ସମ୍ପର୍କରେ ସଚେତନ କରାଯାଇଥିଲା ।
ଶିଶୁ ସହାୟତା ଟେଲିଫୋନ ନମ୍ବର-୧୦୯୮କୁ ଶିଶୁମାନେ କିପରି ବ୍ୟବହାର କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ ଚାଇଲଡ଼ ଲାଇନ ସଦସ୍ୟ ଗାୟତ୍ରୀ ବହିଦାର ଓ ସୁଦାମ ଗାଇଗରିଆ ।