ଆଲମୀରା ଭାଙ୍ଗି ଲୁଟିଲେ ଲକ୍ଷାଧିକ ଟଙ୍କା ସୁନା ଅଳଙ୍କାର

କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ଗ୍ରାମର ସଦା ନନ୍ଦ ସେଠୀ ଘରେ ଶନିବାର ବିଳମ୍ବିତ ରାତ୍ରି ରେ ଦୁର୍ବୃତ୍ତ ଝରକା ତାଡିବା ପରେ ଆଲମୀରା ଭାଙ୍ଗି ୩ ଲକ୍ଷ ରୁ ଉର୍ଦ୍ଧ୍ଵ ଟଙ୍କା ମୂଲ୍ୟ ର ସୁନା ଗହଣା ଚୋରୀ କରିନେବା ସହ ନଗଦ ୫ ହଜାର ଟଙ୍କା ଲୁଟି ନେଇଥିବା ପାଟଣା ଥାନା ରେ ପରିବାର ପକ୍ଷରୁ ରବିବାର ଅଭିଯୋଗ ହୋଇଛି।

ଚୋରୀ ସାମଗ୍ରୀ ମଧ୍ୟରେ ସୁନା କାନଫୁଲ, ହାର, ଚେନ ଓ ମୁଦି ଆଦି ଅନ୍ତର୍ଭୁକ୍ତ।ଏନେଇ ପାଟଣା ଥାନାରେ ୧୯୨/୨୩ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ଥିବା ପାଟଣା ଥାନା ଏସ ଆଇ ମନୋରମା ସ୍ୱାଇଁ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes