ବଲାଙ୍ଗିର ଜିଲ୍ଲା ସାଲେଭଟା ଫାଣ୍ଡି ମୁଷୁଣ୍ଡି ଗାଁ ଅଙ୍ଗ ନଦୀରୁ ହେଉଥିବା ବାଲି ଚାଲାଣ ନେଇ ବାବୁଫାସଡ୍ ଆରଆଇ ଚଢାଉ କରିବାରୁ ତାଙ୍କୁ ଆକ୍ରମଣ ହୋଇଛି।
ଆରଆଇଙ୍କୁ ମାଡ଼ ମାରିବା ସହ ମୋବାଇଲ ଛଡ଼ାଇ ନେଇ ଜାଳି ଦେଇଥିଲେ। ଆରଆଇଙ୍କୁ ଡୁଙ୍ଗୁରିପାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ଥାନାରେ ଏତଲା ଦେଲେ ତହସିଲଦାର।