ଆମପରିବେଶ ଵିଷୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ସୋନପୁର ସଦରବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ନାରାୟଣପୁରର ଛାତ୍ର/ଛାତ୍ରୀ ମାନଙ୍କୁ ନେଇ ଆଜି ଆମ ପରିବେଶ ବିଷୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା l

ଏହି ପ୍ରତିଯୋଗିତାରେ ଡାକ୍ତର ସଂଗୀତା ଚୌଧୁରୀ, ବ୍ଲକ ପ୍ରୋଗ୍ରାମ ଅଫିସର ପ୍ରିୟରଞ୍ଜନ ସାହୁ ଓ ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶାନ୍ତନୁ କୁମାର ମେହେର ଏବଂ ସ୍କୁଲର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ବୃନ୍ଦ ଉପସ୍ଥିତ ଥିଲେ, ଶେଷରେ ଉତିନ୍ନ ହୋଇଥିବା ଛାତ୍ର/ଛାତ୍ରୀ ମାନଙ୍କୁ ଡାକ୍ତର ସଂଗୀତା ଚୌଧୁରୀ,ପୁରସ୍କାର ପ୍ରଦାନ କରିଥିଲେ ଏବଂ ପ୍ରିୟ ରଞ୍ଜନ ସାହୁ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes