ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ତଥା ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦେବା ସହ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକା ଅନ୍ତର୍ଭୁକ୍ତ କରିବା ଦାବିରେ ଶନିବାର କେନ୍ଦୁଝର ଜିଲା ସାହାରପଡା ବ୍ଲକ କୁ ବିଜେପି ତରଫରୁଘେରାଉ କରାଯାଇଥିଲ।
ଜିଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ବିଜେପି ନେତ୍ରୀ ନେତାମମିତା ନାଏକ,ସବୀର ଦାଶ, କୃପାସିନ୍ଧୁ ମହାନ୍ତ, ସୁଦର୍ଶନ ମହାନ୍ତ, ରମେଶ ମହାନ୍ତ ଅଶ୍ୱିନୀ ମହାନ୍ତ, ନରହରି ମହାନ୍ତ, ବୁଲୁ ବାରକି, ଶତାଧିକ ବିଜେପି ନେତା କର୍ମୀ ସାମିଲ ହୋଇ ବିଡ଼ିଓ ବିଜୟ କୁମାର ନାଏୟ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।