ଆନନ୍ଦେଶ୍ବର ମନ୍ଦିର ପକ୍ଷରୁ ସାମୁହିକ ବ୍ରତପନୋୟନ

କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବ ମନ୍ଦିର ପକ୍ଷରୁ ଜୁନ ୧୨ ତାରିଖରେ ଏକ ସାମୁହିକ ନିଷ୍ଲୁକ ବ୍ରତପନୋୟନର ଆୟୋଜିତ ହେଉଛି।

ଜିଲ୍ଲା ତଥା ରାଜ୍ୟରେ ବିଭିନ୍ନ ସ୍ଥାନରେ ବ୍ରାହ୍ମଣ ସନ୍ତାନମାନେ ଅର୍ଥାଭାବରୁ ବ୍ରତ ହୋଇ ପାରୁ ନଥିବାରୁ ମନ୍ଦିର ତରଫରୁ ଏଭଳି ପଦକ୍ଷପ ଗ୍ରହଣ କରାଯାଇଛି। ବ୍ରତ ଘର ସକାଶେ ଏଥିପାଇଁ ଆନୁସଂଘୀକ ସମସ୍ତ ଖର୍ଚ ମନ୍ଦିର କମିଟି ତରଫରୁ ବହନ କରାଯିବାର ସୂଚନା ଦିଆଯାଇଛି। ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଥିବା ବ୍ରାହ୍ମଣ ସନ୍ତାନଙ୍କ ଅଭିଭାବକମାନେ ଜୁନ ୧ ତାରିଖ ମଧ୍ୟରେ ୯୪୩୭୫୭୪୯୬୬ ମୋବାଇଲ ନମ୍ବରରେ ଯୋଗା ଯୋଗ କରିବାକୁ କମିଟି କହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes